Kaliya mardana sarira
କାଳୀୟ ମର୍ଦ୍ଦନ ଶରୀର
Text
Ghoṣā
କାଳୀୟ ମର୍ଦ୍ଦନ ଶରୀର କାନ୍ତି ଚାହିଁ ନୁହେଁ ଭ୍ରାନ୍ତି କାହାର
1
ସୁରଭୀ ନିକର କୁମାରୀ ସୂର୍ଯ୍ୟର ବୋଲି ଧାଉଁଛନ୍ତି ହୋଇ ତୃଷାତୁର
2
ବରହୀ ନିବହ ମଣି ବାରିବହ ଉତ୍ସୁକିତ ହେଉଛନ୍ତି ନିରନ୍ତର
3
ବଲ୍ଲବୀ ତମାଳ ଭାଳି ତହୁଁ ଦଳ ଉତ୍ତଂସାର୍ଥରେ ତୋଳିବାକୁ ବିଚାର
4
ଆମ୍ଭଙ୍କୁ ରକ୍ଷା କରନ୍ତୁ ପୂତରୁକ ଶ୍ରୀ ପ୍ରତାପରୁଦ୍ର ଭଣିଲେ ଏ ଗିର