Gīta

Syama priti paramada

ଶ୍ୟାମ ପ୍ରୀତି ପରମାଦ

Text

Ghoṣā

ଶ୍ୟାମ ପ୍ରୀତି ପରମାଦ ମଧୁ ତୁଲେ ହଳାହଳ ଭେଦ

1

ସୁକୃତ ଦୁଷ୍କୃତ ବଳେ ପ୍ରାଣମିତ ଲାଭ ସିନା ହୁଏ ଭବେ ଆଜନମୁଁ ସୁଖ ଦୁଃଖ ଯେ ନ ଜାଣେ ସେ କି ଅନୁଭବେ ଲବେ

2

ଗରବ ଗୁମାନ ଯଉବନ ଧନ ସବୁ ପାଦତଳେ ଦଳା ବଳିପଡ଼ୁଥାଇ ବେଳୁ ବେଳ ଯେବେ କୃଷ୍ଣଚନ୍ଦ୍ର ପ୍ରେମକଳା

3

ରଜନୀ ଦିବସେ ଏକାନ୍ତରେ ଘୋଷେ ଅରଜିଥିବାର ପ୍ରୀତି ଜମ୍ବୁନଦ ସୁନାଠାରୁ ସେ ଅଧିକ ଜଳଜଳ ଦିଶେ ଅତି

4

ନାମ ଶ୍ରବଣାଦି ନବାନୁରାଗର ଯେତେକ ଲକ୍ଷଣମାନ ଗୋପନ ଅଛି କି ବୋଲେ ବନମାଳୀ ଆଦ୍ୟ ଅକ୍ଷର ବିଧାନ

Sources

Cite this record


Last updated 2026-11-01. Record as JSON