Gīta

Syama sundara sange

ଶ୍ୟାମ ସୁନ୍ଦର ସଙ୍ଗେ

Text

Ghoṣā

ଶ୍ୟାମ ସୁନ୍ଦର ସଙ୍ଗେ କହିଥିଲି ରସନା ମଜ୍ଜିଲୁ ତ ତରଙ୍ଗେ

1

ଖଣ୍ଡିଲୁ ସୁଖ ଆଣି ମଣ୍ଡି ଗଣ୍ଡରେ ପାଣି ଦଣ୍ଡି ହେଲୁ ଅନଙ୍ଗେ ଭଣ୍ଡିଲେ ସେ ଅନଙ୍ଗେ

2

ମନ୍ଦହାସ ତ ତେଜିଲୁ ଭାନୁନନ୍ଦୀ କହିଛି ତା ନ ହେଜିଲୁ ପ୍ରେମ ଶଠରେ ରଚି ହେମଅଙ୍ଗୀ ନ ବଞ୍ଚି ଯାମକୁ ଯାମ ସିନା କାମକାଣ୍ଡ ଭୋଗିଲୁ

3

ପ୍ରୀତି ଦୁର୍ଲ୍ଲଭ ଜନରେ ସୁଗତି ଅକୀର୍ତ୍ତି ହେଜିଲୁ ନାହିଁ ମନରେ ଘୋଷରେ ନନ୍ଦାତ୍ମଜ ଦୋଷ ଗୁଞ୍ଜର ବୀଜ ଘୋଷନ୍ତି ବ୍ରଜଜନେ ରୋଷ ନ କଲୁ ଦିନେ

4

ବନମାଳୀ ତା କହଇ ମୋହନ ସୁସ୍ମିତ ସାଧ୍ୱୀଙ୍କ ମତି ମୋହଇ ବୃଷଙ୍କୁ ତେଜି ଶଚୀ ବୃଷାସନଙ୍କୁ ମୁଞ୍ଚି ଚଞ୍ଚଳେ ଚଳେ ଶିବା ମଞ୍ଚରେ ଅଛି କେବା

Sources

Cite this record


Last updated 2026-11-01. Record as JSON