Syama dosa dekhi manare
ଶ୍ୟାମ ଦୋଷ ଦେଖି ମନରେ
Text
Ghoṣā
ଶ୍ୟାମ ଦୋଷ ଦେଖି ମନରେ ସଖୀ ମୁଁ ବିଚାର କରିଥାଇ ଚାହିଁ ଦେଲେ ଅଣାୟତ୍ତ ହୁଏ ମନ ରେ
1
ଦୂରୁ ନେତ୍ର ଭୂରୁ ଘୋଡ଼ାଇ ଗଲେ ବଳେ ମୋ ଦୃଷ୍ଟି ପଡ଼େ ଯାଇଁ ରୁନ୍ଧିଥାଇ କଣ୍ଠ ନ କହିବି କିଛି କଥା ବଳେ ବାହାରଇ
2
କାହୁଁ ମୋ ପାପ ବଦନେ ସ୍ମିତ ଜାତ ହୁଅଇ ତେତିକି ବେଳେ କରକଶ ଚିତ୍ତ କଲେ ଚାହିଁ ମିତ ଦରବି ଯାଇ ମୁଁ ବଳେ
3
ଅଭିମାନ ଧରି ରହିଥିବି ସଦା ଏ ବିଚାର ଥିଲେ ହେଲେ କୋଳାଇ ନେବାକୁ ମନ ବଳେ କେଣେ ଅକସ୍ମାତେ ଦେଖିଦେଲେ
4
କି କହିବି ଦୁଷ୍ଟ ଚିତ୍ତ ମୋର ହେଲା ବେଳକୁ ବେଳ ଚଞ୍ଚଳ ବନମାଳୀ ଇଚ୍ଛା ବହିଥିବି ଏହି ଜନ ପିନ୍ଧିବା ଅଞ୍ଚଳ