Gīta

Syama riti janu nahi ki

ଶ୍ୟାମ ରୀତି ଜାଣୁ ନାହିଁ କି

Text

Ghoṣā

ଶ୍ୟାମ ରୀତି ଜାଣୁ ନାହିଁ କି ଏକା ନୀର ଘାଟେ ଗଲୁ କାହିଁକି

1

ସେ ହଟିଆ ନବରଙ୍ଗିଆ ଆଖିଠରା ଭୂରୁଭଙ୍ଗିଆ ନିପଟ ଚିକ୍କଣ ଶ୍ୟାମଳ ଅଙ୍ଗିଆ ଆଡ଼କୁ ଉଆଡ଼େ ଦେଲୁ ଚାହିଁକି

2

ତାର ଯେଉଁ ମୋହନ ବେଶ ସତୀ ଦମ୍ଭ କରେ ନିଃଶେଷ ସେ କୁଞ୍ଜଦେବତା ତୋ ହୃଦେ ଆବେଶ ହୋଇ ପକାଇଛି ମଦନେ ଝାଙ୍କି

3

ତା ପାଲରୁ କେଉଁ ଚତୁରୀ କି କରି ଆସିବ ଉତୁରି ଫିଙ୍ଗଇ କୁହୁକ ଧୂଳିକି ମନ୍ତୁରି ଦେଖନ୍ତେ ସୁନ୍ଦରୀ ଚନ୍ଦ୍ରମୁହୀଙ୍କି

4

ବୋଲେ ବନମାଳୀ ନବୀନା ବଳେ ଚିହ୍ନା ପଡ଼ିଲୁ ସିନା ତୁ ତ କୁଳପାଳି ନ ପାରିଲୁ ଭାଳି ଚାଳିଲୁ ପହଣ୍ଡ ଏକା ନଈକି

Sources

Cite this record


Last updated 2026-11-01. Record as JSON