Sri radha sangare sri hari rangare
ଶ୍ରୀ ରାଧା ସଙ୍ଗରେ ଶ୍ରୀ ହରି ରଙ୍ଗରେ
Text
Ghoṣā
ଶ୍ରୀ ରାଧା ସଙ୍ଗରେ ଶ୍ରୀ ହରି ରଙ୍ଗରେ ହୋରି ଖେଳିଲେ ସୁଧାରେ
1
ଶ୍ରୀ ପଦ ଗାନ କରେ କେ ତହିଁ ବସନ୍ତ ରାଗରେ ମନ୍ଦ୍ର ମଧ୍ୟ ସୁତାନରେ ତାତା ଥେଇ ଥେଇ ମୃଦଙ୍ଗ ବାଜଇ ମନ୍ଦ୍ର ମଧ୍ୟ ଦ୍ରୁତ ମାନରେ
2
ସଙ୍ଗିନୀ ରଙ୍ଗିନୀ ପୁରତେ ରହି ରହି ତୁଙ୍ଗବିଦ୍ୟା ନାନା ବାଦ୍ୟେ ମୋହିତ କରିବାରେ ଇନ୍ଦୁଲେଖା ମୁଖ ଇନ୍ଦୁ ଢାଳି ନାଚେ ମଧ୍ୟେ
3
ଦ୍ୱନ୍ଦ ଦ୍ୱନ୍ଦ ବୃନ୍ଦ ବୃନ୍ଦ ସୁନ୍ଦରୀ ନନ୍ଦଲାଲଙ୍କୁ ଚୂଆ ଚନ୍ଦନ ଅତର ପନୀର ଅବିର ସଙ୍ଗେ ଗୁଲାଲକୁ
4
କେ ଢାଳେ ବଳେ କେ ଛକେ କୁତୂହଳେ ମୋହନ ମୁରଲୀ ଛଡ଼ାଇ ଚଞ୍ଚଳେ ଅଞ୍ଚଳ ଧରି କହେ ବନମାଳୀ କାହାକୁ ଧରନ୍ତି ଗୋଡ଼ାଇ