Sri radhe mora daini ete
ଶ୍ରୀ ରାଧେ ମୋର ଦଇନୀ ଏତେ
Text
Ghoṣā
ଶ୍ରୀ ରାଧେ ମୋର ଦଇନୀ ଏତେ ସେବା ପରିଚାରୀ ହେବି ଦେହାନ୍ତେ
1
କରୁଣାମୟୀ ଗୋ ଅରୁଣାଧରୀ ମଣିବ ସଖୀଙ୍କ କିଙ୍କରୀ କରି
2
କୁଞ୍ଜ ଅଭିସାରେ ଥିବି ଗହଣେ ନ ହୋଇବି ଛାମୁଛଡ଼ା ମୁଁ କ୍ଷଣେ
3
ପହଣ୍ଡମଣା ନଉକରୀ ପଣେ ଆଳିଗଣେ ମୋତେ ଗଣିବ ଜଣେ
4
ରବି ପୂଜା କାଳେ ଘେନିବ ସଙ୍ଗେ ଅଙ୍ଗରାଗ ଲେପିବାକୁ ଶ୍ରୀଅଙ୍ଗେ
5
ରଚିବା ପାଇଁକି ବେଶ ବିଧାନ ମୋ ପ୍ରତି ହେବ ଦିବ୍ୟ ଅବଧାନ
6
ନିଭୃତ ନିକୁଞ୍ଜେ ଯୁଗଳ ଠାଣି ଦରଶନେ ହେବି ମନ ଫୁଲାଣି
7
କାକୁସ୍ଥେ କହେ ବନମାଳୀ ଦାସ ଏ ଦିନୁ ନାହିଁ ଆନ ଅଭିଳାଷ