Gīta

Sakhi ki kala go madana sundara

ସଖୀ କି କଲା ଗୋ ମଦନ ସୁନ୍ଦର କାହ୍ନୁ

Text

Ghoṣā

ସଖୀ କି କଲା ଗୋ ମଦନ ସୁନ୍ଦର କାହ୍ନୁ ପଙ୍କଜ କଳିରୁ ଅଳି ମନ ଭଳି ପାଶୋର ନ ଯାଏ ମନୁ

1

କୁଞ୍ଜେ ନେଲା ଦିନେ ଢଳାଇ ଶ୍ରୁତିରେ ଭାରତୀ ଅମୃତ ଧାରା ଉରରୁ ଦୁକୂଳ କାଢ଼ି ଲମ୍ବାଇଲା ବିଦ୍ୟୁମ ମୁକତା ହାରା

2

ମର୍କତ ପାଷାଣ ଭଦ୍ର ଭଦ୍ରାସନେ ବିଜେ କରାଇବା ବଳେ ଇନ୍ଦ୍ରନୀଳମଣି ବୈଡ଼ୁର୍ଯ୍ୟ ଖଚିତ ମୁକୁଟ ବାନ୍ଧିଲା ଚୂଳେ

3

ଅମର ବନ୍ଧନ ନୀଳାଦ୍ରି ଚନ୍ଦନ ଟୋପା ଦେଲା କରି ଧୀରା ପଦ୍ମରାଗ ପାତ୍ର ଗୋଟିକରେ ଭରି ବିଞ୍ଚିଦେଲା କୋଟି ହୀରା

4

ତୁହି କୁଞ୍ଜରାଣୀ ମୁହିଁ କୁଞ୍ଜରାଜା ବୋଲି ବଚନ ଭାଷିଲା କନ୍ଦର୍ପ ଶାସ୍ତ୍ରର ଚଉଷଠି ବନ୍ଧ ବିକାଶ କରି ବସିଲା

5

ସେ ବନ୍ଧନେ ମନ ହୋଇଣ ବନ୍ଧନ ତା ଆନନ କରେ ଲୋଡ଼ା ଭାଷେ ବନମାଳୀ ଶୁଣ ଗୋ ସଜନୀ ଏ ଗୁପତ ରସ ଘୋଡ଼ା

Sources

Cite this record


Last updated 2026-11-01. Record as JSON