Sakhi re tanku dekhili dole
ସଖୀରେ ତାଙ୍କୁ ଦେଖିଲି ଡୋଳେ
Text
Ghoṣā
ସଖୀରେ ତାଙ୍କୁ ଦେଖିଲି ଡୋଳେ ବିଜେ କରିଥିଲେ କଦମ୍ବ ମୂଳେ
1
ସେ ରୂପକୁ ଧାତା ଗଢ଼ିଲା ବେଳେ କର କିପରି ରହିଲା ନିଶ୍ଚଳେ
2
ଗୋରଚନା ଚିତା ଶୋହେ କପୋଳେ ରାହୁ ବାନ୍ଧିଛି କି ଚନ୍ଦ୍ରମଣ୍ଡଳେ
3
କର୍ଣ୍ଣରେ ମକର କୁଣ୍ଡଳ ଲୁଳେ ନବଘନ କୋଳେ ଚପଳା ଖେଳେ
4
ବନମାଳୀ ମନ ରହି ନିଶ୍ଚଳେ ଦିନେ ନ ମଜ୍ଜିଲା ପାଦ କମଳେ