Sakhi go mora kunjaku aja
ସଖୀ ଗୋ ମୋର କୁଞ୍ଜକୁ ଆଜ
Text
Ghoṣā
ସଖୀ ଗୋ ମୋର କୁଞ୍ଜକୁ ଆଜ ଆସିବେ ପରା ସେ ନାଗର ରାଜ
1
ଆଜ ତ ଏ ମୋର କେଳି ମନ୍ଦିର ଦିଶୁଅଛି ସଖୀ କେଡ଼େ ସୁନ୍ଦର
2
ଭାଙ୍ଗି ରଖିଅଛି ବିଡ଼ିଆ ପାନ ଭୁଞ୍ଜିବେ ବୋଲି ମୋ ଜୀବନ ଧନ
3
ଗୋଳି ରଖିଛି ଏ ଚନ୍ଦନ ଚୂଆ ଲାଗି ହେବେ ମୋ ଭାବ ବିନୋଦିଆ
4
ଗୁନ୍ଥି ରଖିଛି ଏ କୁସୁମ ମଲ୍ଲୀ ମୋ ମନ ମୋହନ ପିନ୍ଧିବେ ବୋଲି
5
ଆଜ ତ ଗୋଧନ ବାହୁଡ଼ା ବେଳେ ମୋତେ ଅନାଇଁ ବିଜେ କରୁଥିଲେ
6
ଆଜ ତ ମୋହର କେଳି ମାନସ ଦେଖି କାନ୍ତ ହେବେ କେଡ଼େ ହରଷ
7
ତୋତେ କି ଦିଶୁଅଛି ସଖୀ କହ ବୋଲେ ବନମାଳୀ ନାହିଁ ସନ୍ଦେହ