Gīta

Sajani ghena mo binatiki

ସଜନୀ ଘେନ ମୋ ବିନତିକି ରେ

Text

Ghoṣā

ସଜନୀ ଘେନ ମୋ ବିନତିକି ରେ ମୋହନେ କହିବୁ ମାତ୍ର ଏତିକି ରେ

1

ଶିକ୍ଷା ଦେଲା କେହୁ ଶିରୀପତିଙ୍କି ଦୀକ୍ଷା କଲେ ସ୍ତିରୀମରା ରୀତିକି ରେ

2

ଶ୍ରଦ୍ଧା କରି ସେ ଲାବଣ୍ୟ ମୂର୍ତ୍ତିଙ୍କି ରାଧା ପରା ହରାଇଛି ଜାତିକି ରେ

3

ପରବତ ଧର ନୀଳ ହାତୀଙ୍କି ସାର କରି ଲଭେ ଅପଖ୍ୟାତିକି ରେ

4

ବୋଲେ ବନମାଳୀ ସେ ଶ୍ରୀମତୀଙ୍କି କୃଷ୍ଣ ବିନେ କାହିଁ ଅଛି ଗତି କି ରେ

Sources

Cite this record


Last updated 2026-11-01. Record as JSON