Sajani tora dharuchi kara
ସଜନୀ ତୋର ଧରୁଛି କର
Text
Ghoṣā
ସଜନୀ ତୋର ଧରୁଛି କର ଗୋ ଆଣିଦିଅ ମୋତେ ଶ୍ୟାମସୁନ୍ଦର ଗୋ
1
ଯେଣେ ଚାହିଁଦେଲେ ସେ ବେଣୁଧର ଦିଶି ଯାଉଛନ୍ତି ଏ କି ହୁନ୍ଦର ଗୋ
2
ଜାଣନ୍ତି ସେ କି ମୋହିନୀ ମନ୍ତର ନିରନ୍ତରେ ନେତ୍ରେ କଲେ ତ ଘର ଗୋ
3
ଅନ୍ତରେ ବାହାରେ ସେ ଚିତ୍ତ ଚୋର ଇନ୍ଦ୍ରଜାଲ ପରି ମୋତେ ଗୋଚର ଗୋ
4
କି କରିବି ସଖୀ ଉପାୟ କର ଦିଅ କିନା ପ୍ରୀତିଛଡ଼ା ମନ୍ତର ଗୋ
5
ବନମାଳୀ ବୋଲେ ଚିନ୍ତା ନ କର ଅବଶ୍ୟ ଆସିବେ ମୁରଲୀଧର ଗୋ