Nikunje murali bajuchi
ନିକୁଞ୍ଜେ ମୁରଲୀ ବାଜୁଛି
Text
Ghoṣā
ନିକୁଞ୍ଜେ ମୁରଲୀ ବାଜୁଛି ସଞ୍ଜ ସମୟରୁ ଶୁଭୁଅଛି
1
ରଜନୀ ସଜନୀ ବଳି ପଡ଼ୁଅଛି କର କର ଅଭିସାର ହେଜ ଶ୍ୟାମ ବ୍ରଜ ଯୁବରାଜ ଆଜ ରାଧେ ତୋ ନାମ ଜପୁଛି
2
ବ୍ୟାଜ ମନେ ନାହିଁ ଦ୍ୱିଜରାଜ ମୁହୀଁ କାର୍ଯ୍ୟ ନିକଟେ ରହିଛି ହାଜର ମୁଁ ତୋର ସେବାରେ ନିକର ବୋଲି ଏତେ ଜଣାଉଛି
3
ସଜକଞ୍ଜନେତ୍ରୀ ରାଜନନ୍ଦିନୀ ଗୋ ସାଜ କଳା ବେଶ ବାଛି ମଜ୍ଜ ବନ୍ଧୁ ପ୍ରେମେ କେଳି କୁଞ୍ଜଧାମେ ଧନ ନ ବିଚାର କିଛି
4
ଧ୍ୱଜ ବଜ୍ରାଙ୍କୁଶ ଆଦି ଅଷ୍ଟାଦଶ ଚିହ୍ନ ଯେ ପଦେ ସାଜୁଛି ସେ ପଦକୁ ଭାଳି ଭାଳି ବନମାଳୀ ଯୁଗଳ ରସେ ମଜ୍ଜୁଛି