Nua lalana nua nagare
ନୂଆ ଲଳନା ନୂଆ ନାଗରେ
Text
Ghoṣā
ନୂଆ ଲଳନା ନୂଆ ନାଗରେ ହେଲୁ ସୁଆଗମନା ରେ
1
ତୁଆକୁ ତୁଆ ଯାଉ ଯାଉ ଯମୁନା ଭୁଆଶୁଣୀ କୁଳରୁ ହେବୁ ତ ମନା ରେ
2
ଦୁଆରବନ୍ଧ ଡେଇଁ ହେଉ ତନ୍ମନା କୁଆଁରୀ କାଳୁ କଲୁ ଶ୍ୟାମ କାମନା ରେ
3
ରୁଆଇ ହୃଦକ୍ଷେତ୍ରେ କାଳିଆ ସୁନା ଥୁଆଇଲୁ ଅକୀର୍ତ୍ତି ପସରା ସିନା ରେ
4
ପୁଆଣୀ ବଧୂ ତୁ ତ ରାଜନନ୍ଦନା ଧୁଆଇବୁ ନୟନ ଲୋତକେ କିନା ରେ
5
ଉଆସ ଛଡ଼ାଇବ ସେ ନନ୍ଦ କହ୍ନା ଗୁଆଁର ବନମାଳୀ ଚିତ୍ତେ ଭାବନା ରେ