Prana sajani re tribhubana
ପ୍ରାଣ ସଜନୀରେ ତ୍ରିଭୁବନ
Text
Ghoṣā
ପ୍ରାଣ ସଜନୀରେ ତ୍ରିଭୁବନ ମୋହଇ
1
ମଦନ ଗର୍ବଦଳା ଗଦ ଏ ନନ୍ଦବଳା ବଦନ ଚନ୍ଦ୍ର କଳା ସଜନୀରେ
2
ଲୋକଲାଜକୁ ମୋର ଶୋକ ନାହିଁ କିଶୋର ଲୋକ ନ ମଣେ ସାର ସଜନୀରେ
3
ଛତ୍ରୀବର୍ତ୍ତୀ ସୂନୁ ଯେ ମତି ନ କରିବ ଯେ ସତୀ ସିନା ସେ ବ୍ରଜେ ସଜନୀରେ
4
ମୋହନ ରୂପ ଚିତ୍ତ ମୋହ କଲା ସଙ୍ଗାତ ତା ହସ୍ତରେ ଆୟତ୍ତ ସଜନୀରେ
5
ବନମାଳୀ କହଇ ଜନମେ ରାଗ ନାହିଁ ଧନ ତାହାର ଏହି ସଜନୀରେ