Priti kale karuthiba bachi bachi
ପ୍ରୀତି କଲେ କରୁଥିବ ବାଛି ବାଛି
Text
Ghoṣā
ପ୍ରୀତି କଲେ କରୁଥିବ ବାଛି ବାଛି ଗୋ ପ୍ରିୟସଖୀ
1
ଚୂନ ହଳଦୀ ମିଶିଲା ପରି ବେନି ପ୍ରୀତି ନୋହୁଥିବ ବାରି ଏବେ କି ପ୍ରୀତିରୁ ଆନ ବଞ୍ଚିବାରୁ ମରିଯିବା ସଖୀ ମାଧୁରୀ ଗୋ
2
କ୍ଷଣକେ ହସା କ୍ଷଣକେ ରୁଷା କ୍ଷଣେ ନିନ୍ଦା କ୍ଷଣେ ପରଶଂସା ଏମନ୍ତ ପ୍ରୀତିଆ ସଙ୍ଗେ ପ୍ରୀତି କଲେ ଜୀବ ଥାଉଁ ହୁଏ ଲୋକହସା ଗୋ
3
ସେ ପୁଣି ତାହାକୁ ଝୁରୁଥିବ ଦଣ୍ଡେ ନ ଦେଖିଲେ ମରୁଥିବ ପୁଣି ସେ ତାହାଙ୍କୁ ଦାଣ୍ଡରେ ଦେଖିଲେ ଆନ ବାଟେ ମୁଖ ପୋତିଯିବ ଗୋ
4
ଗୋଟି ଜନ୍ମ ଥିଲେ କୋଟି ଜାଗ ମିଳୁଥାଇ ସମ ଅନୁରାଗ ବୋଲେ ବନମାଳୀ ଏହି ପ୍ରୀତି ପାଳି ଆଣି କଲାଣି ଅନଙ୍ଗ ଯୋଗ ଗୋ