Priya chhada he moha asa
ପ୍ରିୟ ଛାଡ଼ ହେ ମୋହ ଆଶା
Text
Ghoṣā
ପ୍ରିୟ ଛାଡ଼ ହେ ମୋହ ଆଶା ଭରସା ନ ରଖ ପରବଶ ମୁଁ କହି ଦେଲିଟି ଗୋଚର କଲିଟି ହେ ତୃଷା ଥାଇ ସୁଧା ଏଡ଼ିଲିଟି ହେ
1
ଜଗିଛନ୍ତି ଅରି ଦିବସ ଶର୍ବରୀ ଉଞ୍ଚାଇ ନୟନ ଭାଲିଟି ହେ
2
ଜାଣି ଖରଶ୍ୱାସ ସ୍ୱାମୀ ଅବିଶ୍ୱାସ କରଇ କ୍ରୋଧେ ପାଶରୁ ଦିଏ ଠେଲିଟି ହେ
3
ମନକୁ ଆଘ୍ରାଣ କରୁଛନ୍ତି ଜାଣ ସପତ୍ନୀ ସଳଖି ନ ପାରେ ଚାଲିଟି ହେ
4
ଶ୍ୱଶୁରଙ୍କୁ ଧାତା ଇଙ୍ଗିତ ଦେବତା ସ୍ୱରୂପ ଗଢ଼ିଛି ମୋତେ ଦେଲା ଭୁଲିଟି ହେ
5
ମୋହ ଯାଆମାନେ ବୋଲନ୍ତି ନ ମାନେ ତାଙ୍କର ଶତ୍ରୁ ଅଟେ ମୋହର ଚିଲ୍ଲୀଟି ହେ
6
ଆଉ ବୃଥା ଶ୍ରମ ନ ପାଅ ମରମ କହି ରସିକ ଅନ୍ତର ହେଲିଟି ହେ
7
ତୁନି କରି ବନମାଳୀ ବୋଲେ ଧନ ବୈଦ୍ୟ ମୁଁ ଚତୁରା ଚିତୋଇବ ଗଲିଟି ହେ