Gīta

Ballabhi labhichi aja bira besa

ବଲ୍ଲଭୀ ଲଭିଛି ଆଜ ବୀରବେଶ

Text

Ghoṣā

ବଲ୍ଲଭୀ ଲଭିଛି ଆଜ ବୀରବେଶ ରେ

1

କପାଳ ସାରଙ୍ଗ ତାର ଭୂରୁଗୁଣ ବେଶ ରେ ନେତ୍ର ପଞ୍ଚଶର ସନ୍ଧି ଧୈର୍ଯ୍ୟ କରେ ନାଶ ରେ

2

ଶୋଭା ପାଉଅଛି ତାର ତୋରା ଚନ୍ଦ୍ରହାସ ରେ ନିତମ୍ବ ଚଳଇ ପାଇ ନାହିଁ ରତି ରସ ରେ

3

ସୁମନ ଗଭା ପାଗ ବହିଛି ଶିରଦେଶରେ ଜାନୁ ଯୁଗ ନିବିଡ଼େ ବାନ୍ଧିଛି ଝୀନ ବାସରେ

4

ଝୁଣ୍ଟିଆ ନାଗରା ବଜାଉଛି ଗତି ରସରେ ଅଞ୍ଚଳ ଶେଷ ପତାକା ଉଡ଼େ ମହୀଦେଶରେ

5

ମନସିଜ ମୋହବଶ ଫଳଦାନେ ତୋଷରେ ମନକୁ ରସାଇ ବୋଲେ ବନମାଳୀ ଦାସରେ

Sources

Cite this record


Last updated 2026-11-01. Record as JSON