Bansi dhwani radhe uchanna
ବଂଶୀ ଧ୍ୱନି ରାଧେ ଉଚ୍ଛନ୍ନ
Text
Ghoṣā
ବଂଶୀ ଧ୍ୱନି ରାଧେ ଉଚ୍ଛନ୍ନ କଲାଣି ପୁର ତିନି
1
ଏହାର ମହିମା ଅତିରେକ ଭାଙ୍ଗିଦିଏ ସତୀ ବ୍ରତ ଟେକ ଛଡ଼ାଏ ଗୁମାନ ଲାଭ ଭୟ ମାନ ଛାର ଧୃତି ଅବା ସେ କେତେକ
2
ଦୂରେ ବାଜୁଥିଲେ ଧୀର କରି ଲାଗୁଥାଇ ତ ନିକଟ ପରି ଯୁବା ନାରୀ ଦମ୍ଭ କୁମ୍ଭର ଆରମ୍ଭ ଚୂନା କରିଦିଏ ଯେ ବାଂଶରୀ
3
ସପତ ସ୍ୱରେ ପଞ୍ଚମ ରାଗେ ବାଏ ଯେ ନାଗର ଅନୁରାଗେ ତପତ କାଞ୍ଚନ ବରନୀମାନଙ୍କୁ ଝାଙ୍କେ ସେ ମାଦକ ଆସି ବେଗେ
4
ଛଣା ପୀୟୂଷରୁ ବଳି ସ୍ୱାଦୁ ପରମାଦ ଅତି ପରମାଦୁ ବୋଲେ ବନମାଳୀ ଏ ରସରେ ଭାଳି ଚାଖିବି କି ସତେ ଏକ ବିନ୍ଦୁ