Gīta

Bichitra kathae suna sakhi

ବିଚିତ୍ର କଥାଏ ଶୁଣ ସଖୀ

Text

1

ବିଚିତ୍ର କଥାଏ ଶୁଣ ସଖୀ ବ୍ରହ୍ମାଣ୍ଡ ଯାକେ ନ ଥିବେ ଦେଖି କାହାଗେ କହିବି ନ ବୁଝନ୍ତି କେହି ଏହି ଭାବରେ ମୁଁ ଗଲି ଶୁଖି

2

ପ୍ରିୟ ଚିତ୍ତ ଚିତ୍ର ଅଳଙ୍କାର ଅନାଇ ଲୋଭ ବଢ଼ିଲା ମୋର ମୋର ମନ ମଣି ବନ୍ଧା ରଙ୍ଗେ ଅଣି ମଣ୍ଡିହେବି କଲି ଏ ବିଚାର

3

ଭଲ ଲୋକ ପରି ପାଶେ ଦେଖି ଖଳ ମଦନକୁ କଲି ସାକ୍ଷୀ ଦେଲି ମୁଁ ନବ ଲାବଣ୍ୟ କଳନ୍ତର ଭୋଗ କରୁଥାଅ ବୋଲି ଲେଖି

4

ଏବେ ସେ ଚିତ୍ତ ଅନ୍ତରହିତ ହରାଇଲି ମାତ୍ର ନିଜ ବିତ୍ତ ଯେ ଗଲା ସେ ଯାଉ ପଛକେ ମୋ ଚିନ୍ତା ନାହିଁ ଶୁଣ ଏବେ ବିପରୀତ

5

ସଖୀ କିମ୍ପାଇଁ ସନ୍ତତ ଚଳି କମ୍ପାଇ ତନୁ ଦେଉଛି ଦଳି ବନମାଳୀ ବୋଲେ କା ଆଗେ କହିବି ରସନା ନାଶିଲେ ଦନ୍ତାବଳୀ

Sources

Cite this record


Last updated 2026-11-01. Record as JSON