Bhali bhali dina sariba nahi
ଭାଳି ଭାଳି ଦିନ ସରିବ ନାହିଁ
Text
Ghoṣā
ଭାଳି ଭାଳି ଦିନ ସରିବ ନାହିଁ ଗୋ କିଶୋରୀ ଶ୍ୟାମେ ହେଲୁ ଅସ୍ନେହୀ ଗୋ
1
ଜାଣୁ ମଣି ହୋଇ ନ ପାରୁ ଜାଣି ଆଣୁ ନାହୁଁ ଚିତ୍ତେ ସଖୀଙ୍କ ବାଣୀ ଗୋ
2
ହାତ ଓଠ ଧରି କହିଲି ଯେତେ ତା ତ ନ ବୁଝିଲୁ କା ଦୋଷ କେତେ ଗୋ
3
ଗଣ୍ଡେ ମଣ୍ଡି ବାମ କରପଲ୍ଲବ ଦଣ୍ଡେ ନ ହେଜିଲୁ ନିଜ ସୁଲଭ ଗୋ
4
ବନମାଳୀ ବୋଲେ ଏତେ ମାତର ମନମୋହନଙ୍କୁ ନ କର ପର ଗୋ