Mohana kahile ki heba au
ମୋହନ କହିଲେ କି ହେବ ଆଉ
Text
Ghoṣā
ମୋହନ କହିଲେ କି ହେବ ଆଉ ଦିନକୁ ଦିନ ହେ ବଳି ପଡ଼ିଲାଣି କିଶୋରୀ ବିରହ ଦାଉ
1
ଗଲେ ଯମୁନାକୁ ନୀର ଆଣିବାକୁ ନୀର ଭରି ନେତ୍ର ଯୁଗେ କଦମ୍ବ ମୂଳକୁ ଚାହିଁ ପୁଣି ତାକୁ କି ପୁଚ୍ଛଇ ଅନୁରାଗେ
2
ବୃନ୍ଦାବନେ ବାଳୀ ଆଉ ଫୁଲ ତୋଳି ଯାଉ ନାହିଁ ତୁମ୍ଭ ବିନା ଗଣ୍ଡେ କର ଦେଇ ଚିନ୍ତାର୍ଥିନୀ ହୋଇ ସଢ଼ୁଛି ନବ ନବୀନା
3
କରମକୁ ନିନ୍ଦେ କେଶ ହିଁ ନ ବାନ୍ଧେ ବେଶରେ ନାହିଁ ଆଦର ଦରକଣ୍ଠୀ ଗୋରୀ ଦରମରା ପରି ଢଳି ପଡ଼େ ମହୀ ପର
4
କି ଉନ୍ମାଦ ରୋଗ ଘୋଟିଛି ତାହାକୁ କେହି ନ ପାରନ୍ତି ଚିହ୍ନି ବୋଲେ ବନମାଳୀ ତୁମ୍ଭେ ସିନା ମୋର ବୈଦ୍ୟରାଜ ଚୂଡ଼ାମଣି