Gīta

Jamuna jiba nohila mita

ଯମୁନା ଯିବା ନୋହିଲା ମିତ

Text

Ghoṣā

ଯମୁନା ଯିବା ନୋହିଲା ମିତ ବାଟେ ଜଗି ବସିଅଛି ନନ୍ଦସୁତ ସେହି କଳା ଭୂତ

1

ସେ ପୀତପଟିଆ ପଥେ କରି ଠିଆ ବୋଲୁଥାନ୍ତି ବାଣୀ ଆଚମ୍ବିତ କରି ବଂଶୀ ସ୍ୱନ ମୋହି ଆମ୍ଭ ମନ ଚିତ୍ତକୁ କରନ୍ତି ବିହ୍ୱଳିତ

2

କି ମନ୍ତ୍ର ପଢ଼ାଇ ନିଅନ୍ତି କଢ଼ାଇ ନ ରହଇ ଆମ୍ଭର ଆୟତ୍ତ ଯମୁନା କୂଳରେ କୌତୁକ ମୂଳରେ ବସାଇ ନିଅନ୍ତି ହୁରୁମତ

3

ଜଳରେ ପୂରାଇ କୌତୁକ ଭିଆଇ ବସ୍ତ୍ର ହରି କଲେ ହରକତ ବୋଲନ୍ତି ଜଳରେ ଉଲଗ୍ନ ହୋଇଲ କର ଯୋଡ଼ି କର ଦଣ୍ଡବତ

4

କେ ବୋଲେ ଗୋ ସହି ଜଳ ନେବା ପାଇଁ ଯମୁନା ଘାଟ ହେଲା ଦୁର୍ଘଟ ହୋଇଲେ ବାହାର ଚିତ୍ତ ଥରହର ଥିବେ ଚିତ୍ତଚୋରା ଡକାୟତ

5

ଜଳରୁ ବାହାରି ଯେଝା ବସ୍ତ୍ର ଧରି ପିନ୍ଧି ଫେରି ଅଇଲେ ତୁରିତ ବୋଲେ ବନମାଳୀ ଆଗୋ ବ୍ରଜବାଳୀ କୃଷ୍ଣ ଚରଣେ ରଖିଥା ଚିତ୍ତ

Sources

Cite this record


Last updated 2026-11-01. Record as JSON