Gīta

Aha sasi badana

ଆହା ଶଶୀବଦନା

Text

Ghoṣā

ଆହା ଶଶୀବଦନା ଏ ମୋ ନାଶିବ ଅଶିବ ଅଶ୍ରୁ ନ ବରଷିବ ଦିଶିବ ସବୁ ଶିରୀ ବସି ତୋ ଗୁଣ ସ୍ମରି ଶିଶିରେ ପଦ୍ମ ପରି ନାଶିବ

1

ହସି ବଚନ କେବେ ଭାଷିବ ଅସିତକେଶୀ ଦୁଃଖ ନାଶିବ ରୁଷି ବସନା ସହି ଭାସିଲେ ଥରେ ମୁହିଁ ଆସି ବିବେକ ତାପ ଧ୍ୱଂସିବ

2

ପୋଷିଲା ଜନ ଯେବେ ନାଶିବ ଋଷିମୋହିନୀ ନିନ୍ଦା ଦିଶିବ ମିଶି ମୋ ଅଙ୍କେ ଆସି ହସି ଅଳ୍ପେ ନ ଭାଷି ବସିଲେ ମାର ଅହି ଦଂଶିବ

3

ରସି ସୁରତେ ଯେବେ ରସିବ କଷିଲା ସ୍ମରକାଣ୍ଡ ଖସିବ ପେଷି ହୋଇଲି ଏଣୀଦୃଶୀ ମୋ କଣ୍ଠ ଶ୍ରେଣୀ ପଶି କି କାମଭୂତ ଗ୍ରାସିବ

4

ଦୋଷୀ ହୋଇଲ ଏହା ଭାଷିବ ଭୂଷି କରଜେ ଅଙ୍ଗ ଚଷିବ ତୃଷିତ ମୁହିଁ ଚିର ନିଶି ଦିବସେ ଦର ହାସୀ ବନମାଳୀକି ତୋଷିବ

Sources

Cite this record


Last updated 2026-11-01. Record as JSON