Sari jiba sukha eniki go
ସରିଯିବ ସୁଖ ଏଣିକି ଗୋ
Text
Ghoṣā
ସରିଯିବ ସୁଖ ଏଣିକି ଗୋ ରାଧେ ଦରିଦ୍ରନିଧି ଘେନ ବାଣୀକି ଗୋ ନାରୀ କୁଳେ କେହି ବର୍ତ୍ତିବ ନ ଚାହିଁ ସେ ଶ୍ୟାମସୁନ୍ଦର ଠାଣିକି ଗୋ
1
କରୀଗମନା ହରିସୁତ ଶର ମାରିଲେ ବେଳକୁ କି ଗତି ତୋର ଘାରିହେବାର ତ ହୋଇବ ନିରତ ଝୁରି ଝୁରି ବଂଶୀପାଣିକି ଗୋ
2
ବାସ ପ୍ରସାରି ଦୋଷ ମାଗିବାର ବେଳେ କରିବା ନିରାଶ ବିଚାର ହେଲା କି ମାତର ମଣିଲୁ ଇତର ପରାୟେ ତୋ ଚିନ୍ତାମଣିକି ଗୋ
3
ପାଣି ଧରି ଜଣାଉଛି ତୋ ହିତ ଜାଣି ଜାଣି ମଣି ମଣୁ ଅହିତ ଛାଣି ସୁଧା ଆଣି ଶ୍ରୀକରେ ଧରି ଯା ପାଣିକି ଫିଙ୍ଗିଲୁ ପୁଣି କି ଗୋ
4
ପଡ଼ିଲେ ତା ଗୁଣ ମନରେ ଥରେ ଘାରିହୁଏ ହୃଦ ମନମଥରେ ବୋଲେ ବନମାଳୀ ଏ ରସରେ ଭାଳି ପାଇବୁ କି ଗୁଣମଣିକି ଗୋ