Ghana kalia re se mo jiba jibana
ଘନ କାଳିଆରେ ସେ ମୋ ଜୀବଜୀବନ
Text
Ghoṣā
ଘନ କାଳିଆରେ ସେ ମୋ ଜୀବଜୀବନ ମିତଣୀ ମୋ ବିତ୍ତ ସବୁ ପୀତ ଦୁକୂଳିଆ
1
ଗଲେ ଏ ପରାଣ ଯାଉ ନ ତେଜିବି ତାଙ୍କୁ ଆଉ ନାଚିଲେ ନେତ୍ରେ ସର୍ବଦା କାଳିନ୍ଦୀକୂଳିଆ
2
ଲାଗୁ କୁଳରେ କଳଙ୍କ ଜୀବିକା ମୋ ପଦ୍ମମୁଖ ଦୁଃଖପାଶୋରା ମନ୍ତର ଶିଖଣ୍ଡଚୂଳିଆ
3
ବିନାଶି ବାସ ଆଦର ମନାସୁଛି ସଙ୍ଗ ତାର ନୟନ ପିତ୍ତୁଳା ରଙ୍ଗ କାଇଞ୍ଚମାଳିଆ
4
ହେଜି କହିଲେ ଏଣିକି ସଜନୀ ଛଳ ବାଣୀକି ତେଜିବି କି ସତେ ମନୁ ନନ୍ଦ ଦୁଲାଳିଆ
5
ଶ୍ରୀମତୀ ଏସନ ବାଣୀ ପ୍ରିୟସଖୀ ଆଗେ ଭଣି କହେ ବନମାଳୀ ଚିନ୍ତି ବରଜଧୂଳିଆ