Gīta

Dekhile kanhu manu na jiba go

ଦେଖିଲେ କାହ୍ନୁ ମନୁ ନ ଯିବ ଗୋ

Text

Ghoṣā

ଦେଖିଲେ କାହ୍ନୁ ମନୁ ନ ଯିବ ଗୋ ସତୀବରତ ଧୃତି ଭାଜିବ ଗୋ

1

ନବ ନୀରଜ ନେତ୍ର ତମାଳ ପତ୍ର ଗାତ୍ର କାମଭରରେ ତନୁ ରାଜିବ ଗୋ

2

ଦିନେ ଦେଖିଲି ଡୋଳେ କେଳି କଦମ୍ବ ମୂଳେ ଆନନକୁ ଲକ୍ଷ୍ୟ କି ରାଜୀବ ଗୋ

3

ଦେଖିଲେ ତାଙ୍କ ନୃତ୍ୟ ନ ଛାଡ଼ିବ ତ ଚିତ୍ତ ଭୁଲି ତା ଠାରେ କେ ନ ମଜ୍ଜିବ ଗୋ

4

ଦିନେ ସେ କୁଞ୍ଜବନ ଦେଖି ହେଲି ଅଜ୍ଞାନ ସେଦିନୁ ହୋଇଅଛି ତାଜିବ ଗୋ

5

ବୋଲଇ ବନମାଳୀ ଶ୍ୟାମବନ୍ଧୁଙ୍କୁ ଭାଳି ସତେ ପିଣ୍ଡ ତେଜିବ ଏ ଜୀବ ଗୋ

Sources

Cite this record


Last updated 2026-11-01. Record as JSON