Gīta

Bhaja re mana kama mohana

ଭଜରେ ମନ କାମମୋହନ

Text

Ghoṣā

ଭଜରେ ମନ କାମମୋହନ ଶ୍ୟାମସୁନ୍ଦର ନାମକୁ ସଜବାଜ ହୋଇ ଲାଜ ଦୂରେ ଥୋଇ ଚଳି ଯା ତୁ ବ୍ରଜଧାମକୁ

1

ରଜନୀ ଦିବସେ ଏକାନ୍ତେ ବସି ମଜ କୃଷ୍ଣ କଥାମୃତରେ ରସି ସଜ କଞ୍ଜ ନେତ୍ର ଦର୍ଶନେ ପବିତ୍ର ହୁଅ ପ୍ରତିଯାମ ଯାମକୁ

2

ଅଜ ଶିବ ଶେଷ ବନ୍ଦେ ଯେ ପାଦେ ଗଜଧ୍ୱଜ ଆଦି ତ୍ରିଦଶ ବୃନ୍ଦେ ନଜର କର ତୁ କଜ୍ଜ୍ୱଳ କାଳିଆ ଉଜ୍ଜ୍ୱଳ ମୂରତି କାମକୁ

3

ଅଜଣା ଅଛି କି ଶ୍ରୀଗୁରୁ ବାଣୀ ସଜଳ ନୟନେ ହୁଅ ତୁ ଗୁଣି ସୁଜନମାନଙ୍କୁ ପୂଜ ଭକତିରେ ବୁଝ ଧରମ ନିଷ୍କାମକୁ

4

ଏ ଜନମ ବୃଥା ନ ଯାଉ ତୋର ତେଜ ମୋହ ମାୟା ବିଷୟା ଘୋର ହେଜ ବନମାଳୀ ବ୍ୟାଜରେ ନ ଭାଳି ନ ଯା ତପନଜ ଗ୍ରାମକୁ

Sources

Cite this record


Last updated 2026-11-01. Record as JSON