Gīta

Majja majja hajai kulaja

ମଜ୍ଜା ମଜ୍ଜା ହଜାଇ କୁଳଜା

Text

Ghoṣā

ମଜ୍ଜା ମଜ୍ଜା ହଜାଇ କୁଳଜା ରହିଲେ ବ୍ରଜାବନୀ ରଜା ସଜା ମୁଖ ଚାହିଁଲେ

1

କଞ୍ଜାକ୍ଷ କି ସୁନ୍ଦର ନ ଯାଇ ମନୁ ମୋର କେ ଜାଣେ ଚାହିଁଦେଲେ ଦହିଲେ

2

ମୁଁ ଜାଣିଥିଲେ ମିତ ମଜ୍ଜାନ୍ତି କିମ୍ପା ଚିତ୍ତ ହଜାର କହ ମୂର୍ଚ୍ଛି ନୋହିଲେ

3

ସଜାଡ଼ିଲେ ମହତ ଉଜାଡ଼େ ନନ୍ଦସୁତ ଉଜାଗରେ ଲୋଚନେ ରହିଲେ

4

ଜଞ୍ଜାଳ ନେତ୍ର ପ୍ରୀତି ହଜାଇ କୁଳ ଜାତି ବେଜାରେ ବନମାଳୀ କହିଲେ

Sources

Cite this record


Last updated 2026-11-01. Record as JSON