Mana baia raja
ମନ ବାଇଆ ରଜା
Text
Ghoṣā
ମନ ବାଇଆ ରଜା ବଣା ହୋଇ ତୁ ଅଣପଥରେ ନ ଯା
1
ଅକାରଣେ ନ ରସି ଅନିତ୍ୟ ଧନେ ପକାଅ ଦିବ୍ୟଦୃଷ୍ଟି ଚକାନୟନେ
2
ରତନ ସିଂହାସନେ ଚତୁର୍ଦ୍ଧାମୂର୍ତ୍ତି ଯତନ କେମନ୍ତେ ସେ ଶୋଭା ଆକୃତି
3
ତ୍ରିଧୂପ ପଞ୍ଚ ଅବକାଶ ଯା କରେ ଦର୍ଶନ କରୁଥାଅ କୋରକ କରେ
4
ଜୟ ଜଗତନାଥ ବୋଲ ବଦନେ କୀର୍ତ୍ତନ କରି ପ୍ରେମାନନ୍ଦ ବର୍ଦ୍ଧନେ
5
ଆମରଣ ତୋ ଗତି କମଳାସାଇଁ ଭଜନୁ ଅପସରି ରହୁ କିମ୍ପାଇଁ
6
ବୋଲଇ ବନମାଳୀ ଛାଡ଼ି ଅଳସ ଅଭୟ ପାଦପଦ୍ମେ ଶରଣ ପଶ