Gīta

Mohanare rasi bada dwande

ମୋହନରେ ରସି ବଡ଼ ଦ୍ୱନ୍ଦ୍ୱେ

Text

Ghoṣā

ମୋହନରେ ରସି ବଡ଼ ଦ୍ୱନ୍ଦ୍ୱେ ପଡ଼ିଲୁ

1

କଥା ଘେନିଲୁ ନାହିଁ ଯଥା ବାଳକ ସହି ବ୍ୟଥାରେ ହେଲୁ ଦହି

2

ଜାଣି ଶଠ ପୀରତି ଆଣି ରୋଇଲୁ ଛାତି ହାଣିଲା ସେ ବିପତ୍ତି

3

ନୀତି ବଚନ ଯେତେ ନିତି କହୁଛି ତୋତେ ଚିନ୍ତିଲୁ ତା ଅହିତେ

4

ପରାପର ବିଚାର ଧରାରେ ଯେହୁ ଯାର ସରାୟେ ସେ ବେଭାର

5

ଭୂରୁ ଯୁଗ ନଚାଉ ଦୂରୁ ଆମ୍ଭଙ୍କୁ ଚାହୁଁ ଭୀରୁ କି ହେବ ଆଉ

6

ବନମାଳୀ କହଇ ଜନମେ ପ୍ରୀତି ଯହିଁ ଧନ ତାହାର ଏହି

Sources

Cite this record


Last updated 2026-11-01. Record as JSON