Mo dhana re mana tu manaru
ମୋ ଧନରେ ମାନ ତୁ ମନରୁ
Text
Ghoṣā
ମୋ ଧନରେ ମାନ ତୁ ମନରୁ ବରଜ ବରଜ ବରଜ
1
କାହିଁକି ମଥା ପୋତି ବସିଛୁ କୁନ୍ଦଦନ୍ତୀ ଧରା ଚିରୁ ତୁ କରଜ କରଜ କରଜ
2
ଦୁଃଖୀ ଜନର ପାଇଁ ଶୁଖିଯାଇଛି କାହିଁ ତୋର ବଦନ ସରୋଜ ସରୋଜ ସରୋଜ
3
କାମସିନ୍ଧୁକୁ ଏକା ତୁହି ନବ ନାବିକା ପାରି କର ତୁ ଗରଜ ଗରଜ ଗରଜ
4
ଆଉ ନ କର ଛନ୍ଦ ଭୁଜେ ବାନ୍ଧିଦେ ଦଣ୍ଡ ଘେନ ଆଜ ମୋ ଅରଜ ଅରଜ ଅରଜ
5
ବଦତି ବନମାଳୀ ନ ବସ ଆଉ ଭାଳି କୁଞ୍ଜେ ନବୀନା କେଳି ସରଜ ସରଜ ସରଜ