Gīta

Jatane sri jagabandhu

ଯତନେ ଶ୍ରୀ ଜଗବନ୍ଧୁ

Text

Ghoṣā

ଯତନେ ଶ୍ରୀ ଜଗବନ୍ଧୁ ନାମ ଭଜରେ ପାଗଳ ମନ ଯମଦଣ୍ଡରୁ ତୁ ମୁକୁଳି ଯିବୁଟି ଅନ୍ତ କାଳେ ନୋହି ଛନ୍ନ

1

ଯାବତ ଜୀବନ ପିଣ୍ଡେ ଥିବା ଯାକ କରୁଥା ହରି କୀର୍ତ୍ତନ ଯଦୁକୁଳ ଚନ୍ଦ୍ର ସାହା ହୋଇଥିବେ ନ ହୋଇବୁ କଦର୍ଥନ

2

ଯଶୋଦା ନନ୍ଦନ ଦେବାଦି ବନ୍ଦନ ଦୟାଳୁ ଜଗନ୍ମୋହନ ଯାମଳାଭଞ୍ଜନ ଭକତରଞ୍ଜନ କରିବେ ଦୁଃଖ ମୋଚନ

3

ଯେତେ ଯା ଅର୍ଜିଛୁ ଆଜନ୍ମ ପାତକ ଜାଣି ନ ଜାଣି ରେ ମନ ଭଜୁଥିଲେ ହରି ତୁଳା ଗରିପରି ସକଳ ହେବ ଦହନ

4

ଯୋଗାରୂଢ଼ ହରି ଯାହାଙ୍କ କିଙ୍କର ସେ ପ୍ରଭୁ ଥିଲେ ପ୍ରସନ୍ନ କି ଛାର କଷଣ ବାଧିବଟି ଆଉ କହେ ବନମାଳୀ ଦୀନ

Sources

Cite this record


Last updated 2026-11-01. Record as JSON