Jeun dinu dekhili nanda kisora
ଯେଉଁ ଦିନୁ ଦେଖିଲି ନନ୍ଦକିଶୋର
Text
Ghoṣā
ଯେଉଁ ଦିନୁ ଦେଖିଲି ନନ୍ଦକିଶୋର ସବୁ ବିଷୟ ଗଲା ମୋର ପାଶୋର ସଖୀରେ
1
କୁଳବତୀ କଳଙ୍କ ଆଣି ଗୋପରେ ରଖାଇ ବିହି ହସାଇଲା ଗୋପରେ
2
ରଖାଉ ନାହିଁ ଗୁରୁ କୁଳରେ ଲାଜ ଲଖାଉଅଛି ହୃଦେ ଫୁଲ ନାରାଜ
3
ଉପାୟ ହୋଇ ଆଉ ନ ଦିଶେ ସତ ଯେଉଁ ଦିନୁ ମୋ ଚିତ୍ତେ ହେଲି ଆସକ୍ତ
4
ହସନ୍ତୁ ସାଧୁ ମୋତେ ନିନ୍ଦନ୍ତୁ ବନ୍ଧୁ ତେଜି ନ ପାରିବି ମୁଁ ଗୋକୁଳ ଇନ୍ଦୁ
5
ବନମାଳୀ କହଇ ଗୋପୀଙ୍କ ପ୍ରୀତି ଜାଣି ପାରି ନାହାନ୍ତି ଆଜ ହିଁ ଶ୍ରୁତି