Sajani re aau na ja paniki
ସଜନୀରେ ଆଉ ନ ଯା ପାଣିକି
Text
Ghoṣā
ସଜନୀରେ ଆଉ ନ ଯା ପାଣିକି ଦୂରୁ ଜୁହାର ସେ ଶଠ ଶେଖର ନିପଟ କପଟ ବେଣୁପାଣିକି
1
ନିରୋଳା ଭେଟିଲେ ଚାହିଁ ରହେ ଖାଲି ଆଖିରେ ତାର ଗୋ ମତି ଯାଏ ଭୁଲି ଚାରି ଆଖି ଯେବେ ଯାଏ ମିଳି ସଖି ଲାଜ ମହତ ସେ ନିଏ ଟାଣିକି
2
ସଞ୍ଜ ବେଳେ କୁଞ୍ଜ କାନନ ପାଶରେ ଚାହିଁଥାଏ ସଖୀ ତାହାରି ଆଶାରେ ଲୁଚି ଲୁଚି ପଛୁ ଛଇଳ ନାଗର ଚମକେ ମୁଁ ସଖୀ ଟାଣେ କାନିକି
3
ସଜଳ ଆଖିଟି କେତେ କଥା କହେ ମନ ରାଗ ମୋର ମନେ ମନେ ରହେ କଥା ନ କହି ମୋ ଗତି ନ ଥାଏ କେତେ ଏଡ଼ିବି ସେ ଚାଟୁ ବାଣୀକି
4
ଲିଭି ଲିଭି ଆସେ ଦିନର ଆଲୁଅ ଝରି ଝରି ପଡ଼େ ଟୋପି ଟୋପି ଲୁହ ଶରମେ ଶରମେ ଫେରେଁ ଲୋ ଘରକୁ ସପନରେ ଦେଖେ ସେହି ଠାଣିକି