Rusila nabina adose
ରୁଷିଲା ନବୀନା ଅଦୋଷେ
Text
Ghoṣā
ରୁଷିଲା ନବୀନା ଅଦୋଷେ ଧନୀ ଚନ୍ଦ୍ରବଦନା ନବୀନା
1
କଳା ଖେଳା ଡୋଳା ଲୀଳା ତାରା ସେ କି ବିଳସିଲା ଘନ କେଶ ଘନ ଭେଦି ଚନ୍ଦ୍ରଶୋଭନା ସୁବଦନା ନବୀନା
2
କି ଅବା ହିମ ଆଗମେ ଶିଶିର ନୀର ସଙ୍ଗମେ ଝାଉଁଳି ପଡ଼ିଲା ସେ କି କଞ୍ଜସୁମନା ଶିରୀଚୂନା ନବୀନା
3
ନଇଁଲା କି ଭୂରୁ ଚାପ ହେବ ଏ ବଇରୀ ତାପ ନୟନ ପିତୁଳା ଖରେ ବିନ୍ଦେ ଶୋଭନା ସୁନୟନା ନବୀନା
4
ସେ କାଳେ ଯେଉଁ ସମ୍ପତ୍ତି ଦେଲା ସେ ମୋ ଗଜପତି ସୁର ପଦ କବିଚନ୍ଦ୍ର ତଉଲରେ ଊଣା ସତେ ସିନା ନବୀନା