Mana na manile mora
ମନା ନ ମାନିଲେ ମୋର
Text
Ghoṣā
ମନା ନ ମାନିଲେ ମୋର ଏଡ଼ିକି ଛଇଳ ସତେ ହେଲେ ମନଚୋର
1
ପହୁଡ଼ିଥିଲି ରେ ସଖି ବକୁଳ ବିତାନେ ଅଜାଣତେ ବାସ ମୋର ଥିଲା ଅଯତନେ ହସୁଥିଲେ ଚାହିଁ ପରା ନବୀନ କିଶୋର
2
ଗୁରୁଜନ ପାଶେ ଥିଲେ ମାରି ଆଖିଠାର ପରିହାସ କରି ହସାଇବେ ବାରମ୍ବାର ଛଟକି ନୟନେ ସତେ ଦୂରୁ ମୋ ଜୁହାର
3
ଗଣ୍ଡରେ ଚୁମ୍ବନ ଦେବେ କଲେ ନାହିଁ ନାହିଁ ଦେଖ ଲୋ ସଜନୀ ଛାଇ ଏବେ ଲିଭି ନାହିଁ ତୋତେ ସିନା କହିଲି ମୁଁ ନୋହୁ ବୋଲି ପର
4
ଏ କି ଲାଜ କଥା ସଖି କହିବୁ ବନ୍ଧୁରେ ବୁଡ଼ାଇବେ ନାହିଁ ମୋତେ ଶରମ ସିନ୍ଧୁରେ ଫେରି ମାଗୁଥିଲେ ଆଜି ଚୁମ୍ବ ଉପହାର
5
କବିଚନ୍ଦ୍ର କହେ ସଖୀ ଟାଣ କର ଛାତି ରସିକା ମଣ୍ଡଳେ ଦିନେ ଟେକାଇବୁ ଛତି ବାରିବୁ ରେ ସତ ମିଛ ଅନୁଭବେ ତୋର