Gīta

Prana sajani kala hela ta madhu

ପ୍ରାଣସଜନୀ କାଳ ହେଲା ତ ମଧୁ

Text

Ghoṣā

ପ୍ରାଣସଜନୀ କାଳ ହେଲା ତ ମଧୁ ରଜନୀ

1

ଦେଖ ଗଗନେ ଶଶୀ ଆସିଲା ପରକାଶି ତନୁରେ ମଲ୍ଲୀ ହସି ମହକ ଦେଲା ଘଷି ସହି ବିରହ ଦାଉ ସହୀ କାହିଁ ତ ଆଉ ନାହିଁ ମହୀରେ କେହି କାମିନୀ

2

ଗୁନ୍ଥା ବଉଳ ମାଳା ଆସି ତ ବାସି ହେଲା ଆସିବେ କେହି କଳା କଣ୍ଟ ତ ବଳିଗଲା କେ ବା ନାଗରୀ କାହିଁ ରଖିଲା ରାଣ ଦେଇ ମୁଁ ସିନା ଗୋପେ ହତଭାଗିନୀ

3

ବେଶ ବାସ ଭୂଷଣ ହେଲାଟି ଅକାରଣ କରିଲେ ପରମାଣ ତନୁ ଛୁଇଁ ମୋହନ ସରାଗ କରି କେତେ ଭଣିଲେ ଚାଟୁ ସତେ କୁଞ୍ଜେ ଆସିଲି କୁଳ ନ ମାନି

4

ଶଶୀ ତ ଲୁଚି ନାହିଁ ଶୁଣ ଲୋ ଜେମାଦେଈ ତୋ ବିନେ ଆନ କେହି ମୋହନ ମାନେ ନାହିଁ ବଳିଗଲେ ଏ ନିଶି କହଇ କବିଶଶୀ ହେବୁ ସିନା ତୁ ଅଭିମାନିନୀ

Sources

Cite this record


Last updated 2026-11-01. Record as JSON