Harili patha chhada mote
ହାରିଲି ପଥ ଛାଡ଼ ମୋତେ
Text
Ghoṣā
ହାରିଲି ପଥ ଛାଡ଼ ମୋତେ ମୋହନ ଲାଜେ ମୁଁ ସରିଲି
1
ମାଳତୀ ହସିଲା କୋଇଲି ଭାଷିଲା ଶିଉଳି ଲସିଲା ସରସ ନଳିନ ମଳିନ ଦିଶିଲାନି ବାରିଲି
2
ଦିଅ ମୋର ନୀଳ ବାସ ଛଳ ଛାଡ଼ ପୀତବାସ ସଜାଡ଼ି ଦିଅ ମୋ ବେଶ ଚରଣ ଧରିଲି ସରିଲି
3
କେ ସଖୀ ଜାଣିଲେ ହେଲେ ପଥେ ଚାଲିବି କି ଭଲେ କି ଲାଭ ଯେବେ ସେ ଗେଲେ ପଛେ ମୁଁ ଝୁରିଲି
4
କୁଞ୍ଜ ତେଜ କଳାଶଶୀ ନିଶି ଶେଷେ କବିଶଶୀ ଗୁହାରି ଜଣାଏ ଆସି ଶରଣ ପଶିଲି