Sarili mun ki kali
ସରିଲି ମୁଁ କି କଲି
Text
Ghoṣā
ସରିଲି ମୁଁ କି କଲି ତୋତେ ଯା ହୁଡ଼ିଲି ଚାହିଁଲି ସେ ଶ୍ୟାମ ଛବି ନୟନ ମେଲି
1
ମୁଁ ଥିଲି ଯମୁନା ନୀରେ ତୀରେ ଆସି ସେ ଅଧୀରେ ମୁରଲୀ ବାଇଲା ଧୀରେ ସଖିରେ (ପଡ଼ି) କାମ ଗଞ୍ଜନ ଠାମ ଅଞ୍ଜନ ନିନ୍ଦି ସେ ରୂପ ରାଜିରେ ସାଜିରେ ଆଜିରେ ରାଜିରେ ସଜନୀ ମୁଁ ବରିଲି
2
ବସନ ସଜାଡ଼ି ନାହିଁ ଚାହିଁ ଚମକିଲି ମୁହିଁ ତା କଳା ନୟନ ଗଲା ଲାଖିରେ (ପଡ଼ି) ଚାରୁ ଚଞ୍ଚଳ ନେତ୍ର ଅଞ୍ଚଳ ଚନ୍ଦ୍ରିକା ଚୂଳରେ ମିତ ମୋ ଚିତ୍ତ ମୋହିତ ନେଲା ତ କି ଲାଜରେ ସଢ଼ିଲି