Gīta

Chahin mu sasi rati

ଚାହିଁ ମୁଁ ଶଶୀ ରାତି

Text

Ghoṣā

ଚାହିଁ ମୁଁ ଶଶୀ ରାତି ଗଲା ବିତି ପଥର ସମ ଶ୍ୟାମ ଛାତିରେ ସାଥୀ

1

ସଜାଡ଼ି ଶେଯ ମୁଁ ଚନ୍ଦ୍ରମଲ୍ଲୀ ହାରେ ତେଜିଲି ଦୀପ ମୁଁ କୁଞ୍ଜେ ଜାଗରେ ସାଜିଲି ଅଙ୍ଗ ମାଜିଲି ବନ୍ଧୁ ଆଶାରେ ମାତି ଆରେ ସାଥୀ

2

(ପଡ଼ି) ବାରବାର ବାରଣ କଲି ସହୀ ସାର ସାର ମାରଣ ସହି ସେହି ଜାର ସରି ସେ ଜୁହାର କଲି ତାର ରୀତିକି ଚାହିଁ ଚାହିଁ କଣ୍ଟ ବଳେ ତ ଟାକି

3

ବାସି ହେଲା ତ ସତେ ଗୁନ୍ଥା ଫୁଲଝରା ଗଣ୍ଡ ମଣ୍ଡିଲା ଅସରା ନୀରଧାରା ଗଣ୍ଡ ମଣ୍ଡିଲା ପୋଡ଼ା ଆଖି ଧାରା ପଲକ ପାଶୋରା ତ ତା ରଜନୀ ସାରା ପଲକ ପାଶୋରା ସରେ ନିଶି ସାରା ଛାଇକି ମଣେ ଧନ କାତି ଆରେ ସାଥୀ

Sources

Cite this record


Last updated 2026-11-01. Record as JSON