Gīta

Rahi syama bandhu asare

ରହି ଶ୍ୟାମ ବନ୍ଧୁ ଆଶାରେ

Text

Ghoṣā

ରହି ଶ୍ୟାମ ବନ୍ଧୁ ଆଶାରେ ମୁଁ ସହି ସହିଲି କି ଦଶାରେ ମୁଁ

1

ଅସରା ହେଲା ଗୋ ନିଶି ବାସର ଅସରା ନୟନ ଲୋତକ ଧାର ପଶରା ନ କରି କଳଙ୍କ ପସରା ଭରା ସହିଲି ମୁଁ ରସାରେ ଗୋ (ପଡ଼ି) କୁଞ୍ଜବନେ ସାଜି ସୁମନ ଶେଯରେ ସଞ୍ଜ ବିତେ ନିତି ସତେ କି ଲାଜରେ ଖଣ୍ଟ ଶଠ ସେ ତ ନିପଟ ଲମ୍ପଟ ବାର ବାର ଠିକ ସରିଲି ଲୋକ ହସାରେ

2

ଗରୁଆ ହେଲାଣି ବସନ ବେଶ ମରୁଆ ଚନ୍ଦନ ସତେ ମୋ ବିଷ ଧରୁ ତ ମୋ ସରି ଧୃତି କେ ଯୁବତୀ ହେରି ଶଶୀ ଶିରୀ ନିଶାରେ ଗୋ (ପଡ଼ି) କାରଣ କି ଅଛି ଯଉବନେ ମୋର ବାରଣ କରିବୁ ତୁ ଆସିଲେ ନାଗର ଗୁନ୍ଥାଫୁଲ ହାର ବିଡ଼ିଆ କର୍ପୂର ଯା ରେ ସଜନୀ ଯମୁନା ନୀରେ ଭସାରେ

Sources

Cite this record


Last updated 2026-11-01. Record as JSON