Ki kalu nagari hira
କି କଲୁ ନାଗରୀ ହୀରା
Text
Ghoṣā
କି କଲୁ ନାଗରୀ ହୀରା ପରଶମଣିରେ ପଥର ମଣି ଯା ଫିଙ୍ଗି ଦେଲୁ ପର ପରା
1
ଗରୁ ଯଉବନ ଗୁରୁ ମଣି ଧନ ଗୁମାନେ ଫୁଲାଇ ମୁଖ ଧରୁଁ କର ତୋର ଦୂରେ ଠେଲିବାର ବରିନେଲା ସିନା ଦୁଃଖ ଅନୁଦିନ ଅନୁତାପ ତାପ ସହି ସାର ଆଖି ନୀରଝରା
2
ଫଟା ଦରପଣ ଫିଟା ତୁଟା ମନ ଗୋଟା କି ହେବ ସୁମନା ସାଉଁଟିଲା କାଣ୍ଡ ଯେତେ କଲେ ରୁଣ୍ଡ ଯୁଦ୍ଧକୁ ହୁଏ କି ଗଣା ତାଳିପକା ଶାଢ଼ୀ ପେଡ଼ି ସାଇତାରେ ନୂଆ ହୋଇବ କି ଧୀରା
3
କବିଚନ୍ଦ୍ର କହେ ଲିଭିଲା ଦୀପରେ ଯେତେ ପଛେ ଘିଅ ଢାଳ ଗଢ଼ା ଦେଉଳକୁ ଭାଙ୍ଗିବାକୁ ଲୋଡ଼ା ଆଖି ପିଛୁଳାକ କାଳ ଯାଚିଦେଲା ଧନ ନ କଲୁ ଯତନ ଝୁରି ଏବେ ହୁଅ ସାରା