Radhe name sada murali
ରାଧେ ନାମେ ସଦା ମୁରଲୀ
Text
Ghoṣā
ରାଧେ ନାମେ ସଦା ମୁରଲୀ ବାଜେ ରେ ଶରମେ ଝୁରି ଛଇଳୀ ମରେ ଲାଜେ
1
ଝୁରେ ନୀର ଭରି କଜଳ ନୟନରେ ନିଶିଦିନ ସରିଲାଣି ସୁନା ଶିରୀ ତାର ସରି ସେ ଯେ (ପଡ଼ି) ଚନ୍ଦନ ଚାନ୍ଦିନୀ ବିଷ ହେଲାଣି ହାର ସାର ସେ ତ ତେଜି ଦେଲାଣି ନଟ ଶଠ ଧିଟ ରାଟ ତୁମେ ସତେ ନନ୍ଦଚାଟ ସଖି ସରିଗଲା ଏ ବରଜେ