Gīta

Ana lo mita kunje

ଅନା ଲୋ ମିତ କୁଞ୍ଜେ

Text

Ghoṣā

ଅନା ଲୋ ମିତ କୁଞ୍ଜେ ମୁରଲୀପାଣି କି ସୁନ୍ଦର ତିନିଭଙ୍ଗିଆ ଠାଣି

1

ନବୀନ ଘନବରନ ମୋହନ ମରତେ କେ ସତେ ଥାପିଲା ଆଣି

2

ଯମୁନା କୂଳେ ସେ ଯୁବତୀ ମତି ସାରୁଛି ନୟନ କଟାରୀ ହାଣି

3

ଚରଣେ କନକ ନୁପୂର ସାଜେ କିଣି କିଣି କିଣି ଶୁଭଇ ବାଣୀ

4

ସରସ କେତକୀ ପାଖୁଡ଼ା ଗଭା ସରଗ ସୁଷମା ଶୋଭାକୁ କିଣି

5

କବିଚନ୍ଦ୍ର ଭାଷେ ଅନା ସଜନୀ ସେ ପରା ବରଜ ପରଶମଣି

Sources

Cite this record


Last updated 2026-11-01. Record as JSON