Gīta

Gheri gheri kalia ghana

ଘେରି ଘେରି କାଳିଆ ଘନ

Text

Ghoṣā

ଘେରି ଘେରି କାଳିଆ ଘନ ଘାରିଲା ସହି ବାସି ହେଲା ତ ଫୁଲହାର ତା ପଥ ଚାହିଁ

1

ମରମେ ମରେ ତାରେ ଝୁରି ଝୁରି ସଜନୀ ନୟନେ ନିଶିଦିନ ନୀର ଘର କଲାଣି ଚପଳା ହସେ ଘନେ ମୋତେ ଅନାଇଁ

2

କାହିଁକି ସରଜିଲା ବିଯୋଗୀ ଏ ଜଗତେ ଧିକ ପୋଡ଼ା ଦଇବ ଧିକ ବିଧାନ ସତେ ଟାପରା କରେ ପରା ବନ ବରହୀ

3

ଆନ ମୁଁ ଦେଇଥିଲି ସଖୀ ସପତ ବାର ଆନ କଲେ ବଚନ ସେ ଗୋ ବାରକୁ ବାର ମୋ ସରି ଦୁଃଖିନୀ କେ ଅଛି ଏ ମହୀ

Sources

Cite this record


Last updated 2026-11-01. Record as JSON