Chi chi mun ki hudili
ଛି ଛି ମୁଁ କି ହୁଡ଼ିଲି
Text
Ghoṣā
ଛି ଛି ମୁଁ କି ହୁଡ଼ିଲି ମାନସେ ମାନସ ମଣି ପଙ୍କ ସରେ ବୁଡ଼ିଲି
1
ବରଜିଲା କାଚକଣି ମଣି ମରକତ ମଣି ଯତନେ ସାଉଁଟି ଆଣି ଗଳାରେ ଯା ଭିଡ଼ିଲି
2
ଗୋକ୍ଷୀରେ ଶାକର ଗୋଳି ସରାଗେ ବଜାଇ ତାଳି ମଧୁର ହୋଇବ ଭାଳି ଲିମ୍ବ ମୂଳେ ଇଡ଼ିଲି
3
ବାରପୁରେ ଘର ଯାର ଛଳରେ ଭରମି ତାର କରି କେତେ ଆପଣାର ରସେ ଯାହା ଜଡ଼ିଲି
4
ଅବିବେକୀ କବିଶଶୀ ଶିରେ କର ଥାପି ବସି ଏତେ କାଳେ ହୁଏ ଘୋଷି ମୋହ ମନୁ ଛାଡ଼ିଲି