Gīta

Kaha ja mohane sajani

କହ ଯା ମୋହନେ ସଜନୀ

Text

Ghoṣā

କହ ଯା ମୋହନେ ସଜନୀ ପୁହାଇବେ ଚନ୍ଦ୍ରାବଳୀ ପୁରେ ସାରା ରଜନୀ

1

ଦଳିଲା ସୁମନ ସରି ନୁହଇ ସହୀ କିଶୋରୀ ଅଛି ତ ଯମୁନା ବାରି ତା ଲାଗି ରେ ସଜନୀ

2

ନିତି ନିତି ସହି ସେହି କେତେ ସତେ ହେବି ଦହି ସେ ସିନା ନିଲଜ ବ୍ରଜନାରୀ ମୁଁ ରେ ସଜନୀ

3

ଜଗତିରେ ବାଜେ ବାଜା ଯା ଲାଗି ତେଜିଲି ଲଜ୍ଜା କଲା ସେ କପଟ କୁଞ୍ଜେ ଜଗାଇ ରେ ସଜନୀ

4

ଆସିଲେ ପୁରେ ଏଥର କବିଶଶୀ କହେ ଗିର ହେବୁ କି ରେ ଧନୀ ସତେ ମାନିନୀ ରେ ସଜନୀ

Sources

Cite this record


Last updated 2026-11-01. Record as JSON