Gīta

Sajani naile ta baraja raja

ସଜନୀ ନଇଲେ ତ ବରଜରାଜ

Text

Ghoṣā

ସଜନୀ ନଇଲେ ତ ବରଜରାଜ ବିଫଳ ଏ ଯଉବନ କି ଫଳ ସରାଗ ସଜ

1

କେତେ ଅନୁରାଗେ ସତେ ବଚନ ଗଲି ପରତେ ବରଜି ବରଜେ କୁଳ ଲାଜ ନ ମାନି ନିଝୁମ ନିଶା ଲଭିଲି ଅନା କି ଦଶା ଶିରେ ଯାହା ନ ପଡ଼ିଲା ବାଜ

2

ନ ହେଲା ନ ଥିଲେ ନାହିଁ କାହିଁକି ରେ ଆଶା ଦେଇ ନିପଟ କପଟ କଲେ ଆଜ ତୋଳି କାନନ ନିଆଳୀ ଯତନେ ସଜାଡ଼ିଥିଲି ବାସି ହେଲା ଆସି ଫୁଲ ଶେଯ

3

ଆଉ ସତେ ନିଧୁବନେ ନ ଆସିବି କେବେ ଦିନେ କଳିବି ସଜନୀ କଳା ଓଜ ଅନା ଛପି ଛପି ଆସେ ଜହ୍ନ ତ ନୀଳ ଆକାଶେ ଆଉ କି ଆଶା ଲୋ କୁଞ୍ଜ ତେଜ

4

କବିଚନ୍ଦ୍ର ଯୋଡ଼ି କର କହେ ଧନୀ ଘେନା କର ଆଜରୁ ଗରବ ମନୁ ତେଜ ବନ୍ଧା ତୋର ଶ୍ୟାମ ଭାଳି ନ ଯାଅ ଗୋ ମନୁ ଭୁଲି ଭାବ ବିନୋଦିଆ ରସରାଜ

Sources

Cite this record


Last updated 2026-11-01. Record as JSON