Gīta

Nanda kisora pari

ନନ୍ଦ କିଶୋର ପରି ଗୋ କିଶୋରୀ

Text

Ghoṣā

ନନ୍ଦ କିଶୋର ପରି ଗୋ କିଶୋରୀ ଖୋଜିଲେ ନ ଥିବ ଚଉଦପୁରୀ

1

କେତେ କାଳ ବସି ବିହି ଯତନେ ସଜାଡ଼ିଲା ତନୁ ନୀଳ ରତନେ ଅଳପ ଅନାଇଦେଲେ ଅପାଙ୍ଗେ ଅଙ୍ଗଯାକ ପୂରି ରହେ ଅନଙ୍ଗେ ଗୋ

2

ନୟନ ମୁନ ତା ମଦନ ଛୁରୀ ଦୁଃଖ ସୁଖ ତହିଁ ରହିଛି ପୂରି ଥରେ ଚାହିଁଦେଲେ ଅଳପ କରି ଜୀବ ଥିବାଯାକ ନୁହେଁ ପାଶୋରି ଗୋ

3

ଫୁଲକାଣ୍ଡ ଚାରୁ କୋଦଣ୍ଡ ପରି ଭ୍ରୂଲତା ନେତ୍ର ତା ନଚାଏ ଧରି ଧଇର୍ଯ୍ୟ ନ ରହେ ଚାହିଁଲେ ଦୂରୁ ବରତି ଯିବ କେ ଶ୍ୟାମ ଆଗରୁ ଗୋ

4

ଗୋପାଳୀ କୁଳଙ୍କ କୁଳ ବଡ଼ାଇ ନାଗରରାଜା ଦେଲେଣି ଛଡ଼ାଇ ବିଷ ପରି ହେଲା ଲୋଭ ମୁହାଁସ ସନ୍ତତ ନୟନେ କଲାଣି ବାସ ଗୋ

5

ବନମାଳୀ ବୋଲେ ମୋହନ ଦେହ ମୋହିନୀ ମାନଙ୍କୁ କରଇ ମୋହ କିଞ୍ଚିତ ବନିତା ହେବାର ବଶ ଅନାଇଁ ପଶୁଏ ସ୍ଥଳିତ ଦୃଶ୍ୟ ଗୋ

Sources

Cite this record


Last updated 2026-11-01. Record as JSON